Manatri, Soro, Balasore
Aurojyoti Sadhana Peetha, Manatri, Soro, Balasore
(FSSAI Regd. No. - 22023010002049)
Contact Details (Mob): 9892414208 (Kamalakant Bhai), 9892556537 (Ratikanta Bhai)
କରୁଣାମୟୀ ମା', ପରମ ପ୍ରଭୁ ଶ୍ରୀଅରବିନ୍ଦଙ୍କ ଅପାର କରୁଣାରୁ ୧୯୯୯ ମସିହା ଫେବୃଆରୀ ୨୧ ତାରିଖରେ ବାବାଜୀ ମହାରାଜଙ୍କ ତତ୍ତ୍ଵାବଧାନରେ ଅନିରୁଦ୍ଧ ଭାଇ, କୁନି ଅପା ଓ କେତେକ ମାତୃପ୍ରେମୀ ଭାଇ, ଅପାଙ୍କ ଆସ୍ପୃହାରେ ଅରୋଜ୍ୟୋତି ସାଧନା ପୀଠର ଭିତ୍ତିଭୂମି ପ୍ରତିଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଘାତ ଦେଇ ଏହାର ଏକ ସ୍ଥାୟୀ ଜମି ୨୦୦୬ ମସିହାରେ କ୍ରୟ କରାଯାଇଥିଲା । ନିଜ ଘରୁ ଖାଇବା ଆଣି ସଦସ୍ୟମାନେ ରାତ୍ରି ଯାପନ କରୁଥିଲେ । ଧୀରେ ଧୀରେ ଅପା ଓ ଭାଇମାନଙ୍କର ସଂଖ୍ୟା ବୃଦ୍ଧି ପାଇ ଦିନ ଓ ରାତି ଯାପନ ଆରମ୍ଭ ହେଲା । ଅପା ଓ ଭାଇମାନଙ୍କର ମାସିକ ପ୍ରଣାମିରେ ଆଶ୍ରମର ଖର୍ଚ୍ଚ ବହନ କରାଗଲା । ଆସ୍ପୃହାଶୀଳ ଅପା ଓ ଭାଇମାନେ ଆଶ୍ରମ କିପରି ସ୍ୱାବଲମ୍ବୀଶୀଳ ହୋଇପାରିବ, ସେଥିପାଇଁ ଆଶ୍ରମରେ ଏହି CUSAGର ପରିକଳ୍ପନା ଆରମ୍ଭ ହେଲା ।
ଏହି CUSAGରେ ଶୁଦ୍ଧ ହଳଦୀ, ଶୁଦ୍ଧ ବେସନ, ଶୁଦ୍ଧ ବୁଟ ଛତୁଆ, ଧୂପ, ଆଚାର, ରାଶି ଲଡ଼ୁ, ବାଦାମ ଲଡ଼ୁ, ବିଭିନ୍ନ ଶୁଦ୍ଧ ମସଲା ତିଆରି କରି ଆଶ୍ରମ ବ୍ୟବହାର କରିବା ସହ ଅନ୍ୟ ମାନଙ୍କୁ ଯୋଗାଇ ଦିଆଯାଉଛି । ଏହାକୁ ସମଗ୍ର ରାଜ୍ୟର ଅପା ଓ ଭାଇ ମାନେ କିପରି ବ୍ୟବହାର କରିପାରିବେ ସେଥିପ୍ରତି ପ୍ରୟାସ ଜାରି ରହିଛି । ଏହାଦ୍ୱାରା ଆଶ୍ରମର ସାଧନା କରୁଥିବା ଅପା ଓ ଭାଇ ମାନେ ନିଜେ ସ୍ୱାବଲମ୍ବୀଶୀଳ ହେବା ସହିତ ଏକ ଶୁଦ୍ଧ ଖାଦ୍ୟ ସାମଗ୍ରୀର ବ୍ୟବହାର ସମଗ୍ର ମାତୃସନ୍ତାନ ମାନଙ୍କ ପାଖରେ ପହଂଚିବାର ଏକ ଛୋଟ ପ୍ରୟାସଟିଏ କରୁଛି । ଅରୋଜ୍ୟୋତି ସାଧନା ପୀଠ, ମାଣତ୍ରୀ ଆଗାମୀ ଦିନରେ ଅନ୍ୟାନ୍ୟ ବିଭାଗମାନ ଖୋଲିବାର ସଂକଳ୍ପ ରଖି ଦିବ୍ୟଜନନୀ ଶ୍ରୀମା ଓ ପରମପ୍ରଭୁ ଶ୍ରୀଅରବିନ୍ଦଙ୍କୁ ନୀରବରେ ପ୍ରାର୍ଥନା କରି ଚାଲିଛି । ବର୍ତ୍ତମାନ ଏଠାରେ ଆଶ୍ରମ ହାତ ତିଆରି ଶୁଦ୍ଧ ହଳଦୀ, ବେସନ, ବୁଟଛତୁ, ବଡି, ଜିରାଗୁଣ୍ଡ, ଧଣିଆଗୁଣ୍ଡ, ଆଚାର, ବିଭିନ୍ନ ପ୍ରକାର ଲଡୁ ଏବଂ ପଣ୍ଡିଚେରୀ ଆଶ୍ରମରୁ ଯଥା - ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ପୁସ୍ତକ, ଫଟୋ, ଲକେଟ, ସେଣ୍ଟ ଧୂପ, ଅତର, ରୂପା ଲକେଟ ଓ ମୁଦି ମିଳେ ।
By the boundless grace of the Mother and the Supreme Lord Sri Aurobindo, the foundation of Aurojyoti Sadhana Peetha was laid on 21st February 1999 under the guidance of Babaji Maharaj, inspired by Aniruddha Bhai, Kuni Apa, and several devoted brothers and sisters who loved the Mother. After facing many challenges, a permanent piece of land was purchased in 2006. In the early days, members would bring food from their own homes and stay overnight. Gradually, the number of Apas (sisters) and Bhais (brothers) increased, and regular day-and-night residence began. The expenses of the Ashram were managed through the monthly offerings (pranami) of the Apas and Bhais.
With a sincere aspiration to make the Ashram self-reliant, the concept of CUSAG was initiated here. Under CUSAG, pure turmeric, pure besan (gram flour), pure roasted gram flour (sattu), incense sticks, pickles, sesame laddus, groundnut laddus, and various pure spices are prepared. These are used within the Ashram and also supplied to others. Efforts are ongoing to make these products available to brothers and sisters throughout the state.
Through this initiative, the Apas and Bhais engaged in sadhana at the Ashram are becoming self-reliant, while also making an effort to ensure that pure food items reach all the Mother’s children. Aurojyoti Sadhana Peetha, Mantri, continues to silently pray to the Divine Mother and the Supreme Lord Sri Aurobindo, holding the aspiration to open more departments in the future. At present, the Ashram provides handmade pure turmeric, besan, roasted gram flour, badi, cumin powder, coriander powder, pickles, various types of laddus, and also items from the Pondicherry Ashram such as books, photographs, lockets of Sri Ma and Sri Aurobindo, incense, attar (fragrance), silver lockets, and grocery items.
ଯେଉଁ ଦୃଷ୍ଟିଟି ସହିତ ତୁମେ କର୍ମ କରୁଛ, ସବୁକଥା ତାହାରି ଉପରେ ନିର୍ଭର କରିବ । ଯଦି ଉଚିତ ଭାବଟି ସହିତ କର୍ମ କରା ଯାଉଥିବ, ତେବେ ତାହା ତୁମକୁ ସୁନିଶ୍ଚିତ ଭାବରେ ମୋ’ର ଅଧିକ ନିକଟବର୍ତ୍ତୀ କରାଇ ଆଣିବ । – ଶ୍ରୀମା
All depends on the attitude with which you do the work. If done with the right attitude, it will surely bring you nearer to me. - The Mother
Rashi (Til) Ladoo - Rs 20/- 4 pcs (ରାଶି ଲଡୁ )
Badam Ladoo - Rs 20/- 4 pcs (ବାଦାମ ଲଡୁ)
Sattu - 500 gm - Rs 80/- (ବୁଟ ଛତୁଆ)
