Menu

Mugupur, Hatadih, Keonjhar

ଶ୍ରୀଅରବିନ୍ଦ ସାଧନାଳୟ, ମୁଗୁପୁର, ହାଟଡ଼ିହି, କେଉଁଝର

ଏଇ ଅନୁଷ୍ଠାନ ୧୯୬୯ ମସିହା ମାର୍ଚ୍ଚ ୨୯ ତାରିଖରେ ପ୍ରତିଷ୍ଠା ହୋଇଥିଲା।  ମୁଗୁପୁରର ୧୨ଟି ଗାଁ । ଆଖପାଖର ଏହି ଗାଁ ଗୁଡିକରେ ପାଠଚକ୍ର ହେଲା ପରେ ସବୁ ପାଠଚକ୍ରକୁ ଏକ କେନ୍ଦ୍ରୀୟ ପାଠଚକ୍ର ଗଠନ କରାଗଲା । ପ୍ରଥମେ ମୁଗୁପୁର ହାଇସ୍କୁଲରେ ଆମର ଶିକ୍ଷକ ଶ୍ରୀଯୁକ୍ତ ବୈଷ୍ଣବ ଚରଣ ମିଶ୍ରଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । କ୍ରମେ ଏହାର ପ୍ରସାର ବଢିଲା । ଏହି ସାଧନାଳୟର ଭୂମି ମୁଠି ଚାଉଳ ଆଦାୟ କରାଯାଇ ୧୯୭୨ ରେ କିଣା ଯାଇ ଝାଟି ମାଟିର ଘରଟିଏ (ପାଠଚକ୍ର) ତିଆରି କରାଗଲା । କ୍ରମେ ତାହା ପକ୍କା ଘରରେ ପରିଣତ ହେଲା । ପାଠଚକ୍ର ଧୀରେ ଧୀରେ ଆଗେଇ ଚାଲିଲା । ମାଆଙ୍କ ଅପାର କରୁଣାରୁ ସତ୍ୟଭାମା ସାହୁ ୧୯୮୦ ରେ ଆସି ଆଶ୍ରମରେ ରହିଲେ । ପ୍ରଥମେ ଚାଟଶାଳୀ, ସିଲେଇ ଓ ଅନ୍ୟାନ୍ୟ ହସ୍ତକର୍ମ କରି ଜୀବନ ବଞ୍ଚିଲେ ଓ ନିଜକୁ ସମର୍ପି ଦେଇ ଆଶ୍ରମ ଗଠନରେ ସାହାଯ୍ୟ କଲେ । ୨୦୦୪ ରେ ଶ୍ରୀଅରବିନ୍ଦ S.G.H ଗଠନ କଲେ । ମହିଳା ମାନଙ୍କୁ ନେଇ ଧୂପ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ବଢି ତଥା ଅନ୍ୟାନ୍ୟ ହସ୍ତକର୍ମ କରି ସ୍ୱାବଲମ୍ବୀ ହେବାର ରାସ୍ତା ଖୋଲିଦେଲେ । ଓଡ଼ିଶାର ବହୁ ବାଣିଜ୍ୟିକ ମେଳାରେ ଯୋଗ ଦେଇ ସୁନାମ ଅର୍ଜନ କରିଛନ୍ତି, ପୁରସ୍କାର ମଧ୍ୟ ପାଇଛନ୍ତି । ବର୍ତ୍ତମାନ ଏଠାରେ ଆଶ୍ରମ ହାତ ତିଆରି ଶୁଦ୍ଧ ହଳଦୀ, ଧୂପକାଠି, ପେପର ପ୍ଲେଟ୍, ବଡି ମିଳେ । 

This institution was established on 29th March 1969. After study circles were conducted in the 12 villages of Mugupur and the nearby surrounding villages, all the study circles were brought together to form a central study circle. Initially, it was conducted at Mugupur High School by our teacher, Shri Baishnab Charan Mishra. Gradually, its activities expanded. The land for this Sadhanalaya was purchased in 1972 by collecting contributions in the form of fistfuls of rice from the villagers. A small mud house (study circle room) was then constructed, which later gradually developed into a permanent building. The study circle continued to progress steadily. By the Mother’s immense grace, Satyabhama Sahoo came in 1980 and stayed in the Ashram. At first, she sustained herself through running a small learning center (chatsali), tailoring, and other handicrafts. By dedicating herself completely, she greatly helped in the development of the Ashram. In 2004, Sri Aurobindo S.G.H. (Self-Help Group) was formed. Bringing together local women, it opened avenues for self-reliance by producing incense sticks, turmeric powder, chili powder, badi, and other handicraft items. They have participated in many trade fairs across Odisha, earning recognition and receiving awards. At present, the Ashram produces and sells handmade pure turmeric, incense sticks, paper plates, and badi.

Contact Details : Satyabhama Sahoo (Bhama Apa) (Mob: 9853436969)
Agarbathi - 1 Bundle – Rs 100 (ଧୂପକାଠି)
Turmeric - 500 gm - Rs 125 (ହଳଦୀ)
Paper Plate - 100 Pieces - Rs 240 (ପେପର ପ୍ଳେଟ)
Paper Plate - 100 Pieces - Rs 240 (ପେପର ପ୍ଳେଟ)
Agarbathi - 1 Packet - Rs 100 (ଧୂପକାଠି)
Badi - 1 KG - Rs 350 (ବଡି)
Home
Shop
Cart